Header Ads

Header ADS

କୋରନା ଶବ Corana Deadbody

ରାତ୍ରୀବେଳା,ଗୋଟିଏ ଟ୍ରକ କୋରନାର ଶବ କୁ ନେଇ କୋଲକାତା ଠାରୁ ହାଓଡ଼ା ଯାଉଥାଏ।ବାଟ ମଝିରେ ଡ୍ରାଇଭର ଏବଂ ହେଲ୍ପରଙ୍କୁ ଚା'ର ନିଶା ଘାରିଲା। ସେଥିପାଇଁ ରାସ୍ତା କଡ଼ରେ ସେମାନେ ଗାଡ଼ି ରଖିଦେଇ,ଡ୍ରାଇଭର ଓ ହେଲ୍ପର୍ ଦୋକାନରୁ ଚା'ପିଇବାକୁ ଓହ୍ଲାଇଲେ।
        ସେମାନେ ଦୋକାନରେ ବସି ଚା' ପିଉଛନ୍ତି। ଏପଟେ ଗୋଟିଏ ଲୋକ ହାଓଡ଼ା ‌ଉଦେଶ୍ୟରେ ଘରୁ ବା ହାରି ରାସ୍ତାକଡ଼ରେ ଅପେକ୍ଷା କରି କରି ଅନେକ ରାତି ବିତିଗଲା ପରେ ଗାଡ଼ି ନପାଇ ରାସ୍ତା ଉପରେ  ବସିଥିଲା।
           ହଠାତ୍ ଲୋକଟି ଟ୍ରକ୍ ଟିକୁ ଦେଖି ଭାବିଲା ଟ୍ରକ୍ ଟି ଖାଲି , ଡ଼୍ରାଇଭର ଏବଂ ହେଲ୍ପରଙ୍କୁ ନ ଅନେଇ ଚଢ଼ି ଜିବ। ଯେପରି ଭାବନା ସେପରି କାର୍ଯ୍ୟ,ଟ୍ରକ୍ ରେ ଚଢ଼ି ଗଲା। ଚଢ଼ିଯାଇ ଅନ୍ଧକାର ମଧ୍ୟରେ ଶବ ଉପରେ ଯାଇ ବସିଗଲା।
            କାରଣ, ଅନ୍ଧକାରରେ କିଛି ଦେଖା ଯାଉନଥିଲା। ଏହାପରେ ଡ୍ରାଇଭର ଏବଂ ହେଲ୍ପର ଚା'ପିଆ ଶେଷ କରି ଯଥାରିତି ଗାଡ଼ି ଚଲାଇଥାଆନ୍ତି,କିଛି ସମୟ ପରେ ଟ୍ରକରେ ବସିଥିବା ଲୋକଟା ଗୋଟିଏ ସିଗାରେଟ୍ ଲଗେଇ ମନ ଖୁସିରେ ଟାଣିବାକୁ ଲାଗିଲା।ହଠାତ୍ ହେଲପର ଦୃଷ୍ଟି ପଛକୁ ପଡ଼ିବା ମାତ୍ରେ ଦେଖିଲା ପଛରେ ଶବଟି ବସି ସିଗାରେଟ୍ ଟାଣୁଛି।ହେଲପର ଡରି ଡରି ଡ୍ରାଇଭରକୁ କହିଲା--
ହେଲପର- ‌ଓସ୍ତାଦ୍ ! ଗାଡ଼ି ଠିଆ କର।
ଓସ୍ତାଦ୍- କାହିଁକି ?
ହେଲପର- ପଛକୁ ଚାହିଁ ଦେଖ ଶବଟା ବସି ସିଗାରେଟ୍ ଟାଣୁଛି !
ଓସ୍ତାଦ୍-ଭାଗ୍,ଏଟା କି ସମ୍ଭବ କଥା ପୁଅ !
ହେଲ୍ପର-ଆପଣ ଦେଖନ୍ତୁ ନା ?
           ଏଥର ଦୂଇଜଣ (ଡ୍ରାଇଭର ଏବଂ ହେଲ୍ପର) ଗାଡ଼ିରୁ ଓହ୍ଲାଇ ଦେଖିବାକୁ ଇଛାକଲେ ଯେ ପ୍ରକୃତରେ ଘଟଣାଟା କ'ଣ ? ଶବ ଉପରେ ବସିଥିବା ଲୋକଟା ସିଗାରେଟ୍ ଟାଣୁ ଟାଣୁ କହିଲା:-କିରେ ! ଗାଡ଼ି କାହିଁକି ‌ଅଟକାଇଲ ?
           ଏହା‌ଶୁଣି ଓସ୍ତାଦ୍ କହିଲା:-
କାମ ଅଛି,ଏହାପରେ ଦୂଇଜଣ  ଜାକ ମିଶି ପ୍ରାଣ ପଣେ ଦୌଡା। ଦଉଡ଼ିବା  ଦୃଶ୍ୟ ଦେଖି ଲୋକଟି ଭାବିଲା ମନେହୁଏ କୌଣସି ସମସ୍ୟା 
ହୋଇଛି, ନଚେତ୍ ସେମାନେ ଏପରି ଦଉଡ଼ିଲେ କାହିଁକି ?
       ବସି ରହିଲେ ସେ ବିପଦରେ ପଡ଼ିବ ଭାବି ସେ ମଧ୍ୟ ସେମାନଙ୍କ ପଛେ ପଛେ  ଦଉଡିବା ଆରମ୍ଭ କରିଦେଲା।ହେଲ୍ପର ପଛକୁ ଚାହିଁ ଦେଖିଲା ଶବଟା ସେମାନଙ୍କ ପଛେ ପଛେ ଦଉଡୁଛି।
ହେଲ୍ପର କହିଲା:-ଓସ୍ତାଦ୍ ! ଆଜି ଆଉ ରକ୍ଷା ନାହିଁ ,ଏ ଶବଟା ମଧ୍ୟ ଆମ ପଛରେ ଦଉଡୁଛି।ଶୀଘ୍ର ଶୀଘ୍ର ଜୀବନ ବଞ୍ଚେଇ ପଳେଇ ଚାଲ।
         ସତ କଥା‌ କୁହନ୍ତୁ ,କେତେଦିନ ପରେ ମନ ଖୋଲି ହସିଲେ ? 😜

No comments

Powered by Blogger.